କଥାରେ ଅଛି:- ଓଡିଶା ରାଜ୍ୟରେ ବର୍ଷକ ବାରମାସ ତେରପର୍ବ । ପର୍ବପର୍ବାଣି ଆସିଲେ ଘରେଘରେ ଆନନ୍ଦ ଉତ୍ସବମୁଖର ହୋଇଉଠେ। ପ୍ରତ୍ୟେକ ପର୍ବପର୍ବାଣି ପାଳନ କରିବାର କିଛି ପରଂପରା ଓ ଉଦ୍ଦେଶ୍ୟ ରହିଅଛି।ଏହା ସହ ଜଡ଼ିତ ହୋଇ ରହିଥାଏ ପ୍ରତ୍ୟେକ ଓଡିଆଙ୍କ ଭାବାବେଗ।ଫାଲଗୁନ ମାସରେ "ଦୋଳପର୍ବ"ପାଳନ କରାଯାଇଥାଏ । ଏହି ପର୍ବରେ ସମସ୍ତେ ପାଳନ କରୁଥିବା ବେଳେ ମୁଖ୍ୟତଃ ଗୋପାଳ ଜାତିର ଲୋକମାନେ ପାଳନ କରିଥାନ୍ତି।ପାଳନ ସମୟରେ ଲଉଡି ଖେଳ ସହ ଲୋକଗୀତ ମଧ୍ୟ ଗାନ କରିଥାନ୍ତି ।
ଯାହା ବର୍ତ୍ତମାନ ସମୟରେ କିଛି କିଛି ଗ୍ରାମୀଣ ଜନଜୀବନରେ ବଞ୍ଚିରହିଛି। ଧିରେଧିରେ ଏହା ଲୁପ୍ତପ୍ରାୟ ହେବାକୁ ଯାଉଅଛି । ଯୁଗଯୁଗ ଧରି ପ୍ରଚଳିତ ହୋଇଆସୁଥିବା ଲଉଡି ଲୋକଗୀତର ପରଂପରା,ସ୍ବତନ୍ତ୍ରତା,ବୈଶିଷ୍ଟ୍ୟ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏହି ପ୍ରବନ୍ଧର ମୂଳଲକ୍ଷ୍ୟ ।
ଲୋକଗୀତ, ଦୋଳପର୍ବ, ଓଡ଼ିଆ ଅସ୍ମିତା, ଲଉଡି ଲୋକଗୀତ, ପଲ୍ଲୀଜୀବନ, ଗୋପାଳ ।
ପ୍ରମୁଖ ଶବ୍ଦାବଳୀ
ଲେଖକ: ବିଶ୍ଵରଂଜନ ମହାନ୍ତି
ଅତିଥି ଅଧ୍ୟାପକ, ଓଡ଼ିଆ ବିଭାଗ, ପାଞ୍ଚଗଡ଼ ସୋମନାଥ ସିଂ ଜଗଦ୍ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବଅଁରପାଳ
E-Mail: mohantybiswa150@gmail.com
Submission Date: 09-06-2025
Publication Date: 14-07-2025
Article No: BB-I-III-2025-06
Reviewed by: ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ
Page No: 30–33
