ଶ୍ରାମ୍ବୁଲି-ଡିମ୍ବୂଲି: କନ୍ଧ ଉତ୍ପତ୍ତି ଓ ସଂସ୍କୃତିର ମୁକସାକ୍ଷୀ

କନ୍ଧମାଳ ଜିଲ୍ଲାର ‘ଶ୍ରାମ୍ବୁଲି-ଡିମ୍ବୂଲି’ ପାହାଡ କନ୍ଧ ଜନଜାତିର ଏନ୍ତୁଡିଶାଳ। ଏହା ସାଂପ୍ରତିକ କନ୍ଧସଂସ୍କୃତି ଓ ପରମ୍ପରାର ମହାନ କିମ୍ବଦନ୍ତୀ; ଯାହା ମେରିଆ ପ୍ରଥା, ପ୍ରକୃତି ଉପାସନା, କନ୍ଧ ଜନ୍ମ ରହସ୍ୟ ତଥା ବିହନ ଭାଗବଣ୍ଟନର ମୂଳବିନ୍ଦୁ। ଉପସ୍ଥାପିତ ପ୍ରବନ୍ଧରେ ଜନଶ୍ରୁତିକୁ ଆଧାର କରି ଏହି ଜନଜାତିର ଉତ୍ପତ୍ତି ଏବଂ ସଂସ୍କୃତିକୁ ମୂଲ୍ୟାୟନ କରାଯାଇଛି। ଐତିହ୍ୟ ମଣ୍ଡିତ ଶ୍ରାମ୍ବୁଲି-ଡିମ୍ବୂଲି ପାହାଡ ବା କନ୍ଧିସ୍ଥାନ କନ୍ଧ ସଭ୍ୟତାର ଆଦ୍ୟ ଝଙ୍କାର ତଥା ଜୀବନବେଦ ବୋଲି ପରିଶେଷରେ ପ୍ରମାଣିତ ହୋଇଛି। ଏହା ସହିତ ଭୌଗୋଳିକ ମାନଚିତ୍ରରେ ଏହି ସଭ୍ୟତାର ସୀମା ନିର୍ଦ୍ଧାରଣ କରିବାର ପ୍ରୟାସ ମଧ୍ୟ କରାଯାଇଛି।

କନ୍ଧ, ଆଦିବାସୀ, ଶ୍ରାମ୍ବୁଲି-ଡିମ୍ବୂଲି, ସ’ରୁ ପେନୁ, ସଂସ୍କୃତି, ବୁରାପେନୁ, ଇତିହାସ, କିମ୍ବଦନ୍ତୀ, ଜନଶ୍ରୁତି, ମେରିଆ, କୁଏଞ୍ଜୁ, କୁଇ ଭାଷା, ଧରଣୀ ପେନୁ, ଆଦିମ ଜନଜାତି, ସ୍ଡପାଙ୍ଗାଡ଼ା, କନ୍ଧମାଳ, ଡୋଡାସ’ରୁ।

ସଂକ୍ଷିପ୍ତସାର

ପ୍ରମୁଖ ଶବ୍ଦାବଳୀ

ଲେଖକ: ସନ୍ତୋଷ କହଁର

ଗବେଷକ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ଵର

E-Mail: kanharrichi1999@gmail.com

Submission Date: 21-05-2025

Publication Date: 14-07-2025

Reviewed by: ଡ. କଳ୍ପତରୁ ନାୟକ

Article No: BB-I-III-2025-05

Page No: 25-29

ତଥ୍ୟ

CC BY-NC 4.0

ସଙ୍କେତ ସୂଚୀ

୧. ମହାନ୍ତି, ଗୋପୀନାଥ, ଅମୃତର ସନ୍ତାନ, ବିଦ୍ୟାପୁରୀ, ବାଲୁବଜାର କଟକ, ୨୦୦୮, ପୃ-୪୬୮

୨. ମହାପାତ୍ର, ମଧୁସୂଦନ, ଓଡିଶାର ଆଦିମ ଅଧିବାସୀ: କନ୍ଧ, ଶୌର୍ଯ୍ୟ ପ୍ରକାଶନ, ୨୦୦୬, ପୃ- ୨୧

୩. ମଲ୍ଲିକ, ମେଦିନୀଶ୍ଵର, କନ୍ଧ ଓ କନ୍ଧମାଳ, ସରସ୍ଵତୀ ପ୍ରିଣ୍ଟର୍ସ, ଫୁଲବାଣୀ, ୧୯୮୧, ପୃ- ୫

୪. ପାତ୍ର, ଦେବାଶିଷ, ଓଡିଶାର ଜନଜାତି: ଏକ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ, ଓଡିଆ ଭାଷା ପ୍ରତିଷ୍ଠାନ,ଭୁବନେଶ୍ଵର, ୨୦୨୦, ପୃ-୯୫