ଓଡ଼ିଶା ଏକ ଆର୍ଯ୍ୟେତ୍ତର ଭୂମି ଏବଂ ଆର୍ଯ୍ୟ ଅନାର୍ଯ୍ୟ ସଂସ୍କୃତିର ସଙ୍ଗମସ୍ଥଳ ହୋଇଥିବାରୁ ଏହାର ପ୍ରତି କୋଣେ ଅନୁକୋଣେ ଆଦିମ ଅଧିବାସୀମାନେ ବସବାସ କରୁଥିବାର ଦେଖାଯାଏ। ଓଡ଼ିଶାରେ ଦୃଷ୍ଟିଗୋଚର ହେଉଥିବା ପ୍ରାୟ ୬୨ ପ୍ରକାର ଆଦିବାସୀମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଓ କେନ୍ଦୁଝରରେ ଦେଖାଯାଉଥିବା ବାଥୁଡ଼ି ସମ୍ପ୍ରଦାୟ ହେଉଛି ଅନ୍ୟତମ। ଏମାନଙ୍କର ସଂସ୍କୃତି ଅନନ୍ୟ ଓ ଅସାଧାରଣ। ଏମାନଙ୍କ ନିର୍ମିତ ଓ ବ୍ୟବହୃତ ଚାଙ୍ଗୁବାଦ୍ୟର ଗଠନଶୈଳୀ ଓ ପୃଷ୍ଠଭୂମି ଏବଂ ଏଥିରୁ ବାହାରୁଥିବା ନାଦର ତାଳେ ତାଳେ ସୃଷ୍ଟ ଗୀତ ଓ ନୃତ୍ୟକୁ ନେଇ ଏମାନଙ୍କ ମଧ୍ୟରେ ଗଢ଼ିଉଠିଥିବା ଏକ ସାଂସ୍କୃତିକ ଭାବଧାରାର ମୂଲ୍ୟ ନିର୍ଦ୍ଧାରଣ ଉକ୍ତ ପ୍ରବନ୍ଧର ମୁଖ୍ୟ ଲକ୍ଷ୍ୟ। ଏଥିସହିତ ଏହି ଚାଙ୍ଗୁ ବାଦ୍ୟ-ଗୀତ ଓ ନୃତ୍ୟ ସହିତ କିପରି ଭାବେ ଏହି ବାଥୁଡ଼ି ଜନଜାତିଙ୍କର ଧର୍ମୀୟ ଭାବାବେଗ ତଥା ଆରାଧ୍ୟ ବଡ଼ାମଙ୍କର ଆସ୍ଥାନ ଭୂମି ଅଠରଦେଉଳର ଆଧ୍ୟାତ୍ମିକ ଓ ତାତ୍ତ୍ୱିକ ସହସମ୍ବନ୍ଧ ରହିଛି ତାହା ଏଠାରେ ଆଲୋଚ୍ୟ ସାପେକ୍ଷ୍ୟ।
ଲୋକସଂସ୍କୃତି, ଜନ ସମ୍ପ୍ରଦାୟ, ବାଥୁଡ଼ି ଜନଜାତି, ଚାଙ୍ଗୁ ବାଦ୍ୟ, ଚାଙ୍ଗୁ ନୃତ୍ୟ, ଚାଙ୍ଗୁ ଗୀତ, ଧର୍ମୀୟ ଭାବଧାରା, ଆଧ୍ୟାତ୍ମିକ ଜୀବନଧାରା, ପ୍ରଦର୍ଶନଶୀଳ ଦିଗ, କିଳା, ଡାଙ୍ଗୁଆ, ଡାଙ୍ଗଣୀ, ଅଠରଦେଉଳ, ବଡ଼ାମ୍।
ପ୍ରମୁଖ ଶବ୍ଦାବଳୀ
ଲେଖକ: ଶୁଭଶ୍ରୀ ମହାପାତ୍ର
ସ୍ନାତକୋତ୍ତର ବିଦ୍ୟାର୍ଥୀ, ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ଵର
E-Mail: shubhashreemahapatra003@gmail.com
Submission Date: 06-05-2025
Publication Date: 14-07-2025
Reviewed by: ଡ. ଜୟନ୍ତ କୁମାର ଦାସ
Article No: BB-I-III-2025-04
Page No: 21–24
