ଶୈଳୀ ବିଜ୍ଞାନର ବିଚ୍ୟୁତି ପ୍ରସଙ୍ଗ : ଧାନ ସାଉଁଟା ଝିଅ

ସମୟ ପରିବର୍ତ୍ତନଶୀଳ। ସମୟ ସହିତ ପରିବେଶ, ତା ସହ ମଣିଷ ବି’ ମଣିଷର ମାନସିକତା ସ୍ଥିର ନୁହେଁ। ସମୟ ସହିତ ତାଳ ଦେଇ ଭାବନାର ପ୍ରସାର ଘଟିଥାଏ। ବଦଳୁ ଥିବା ସମୟ ଓ ଭାବନାକୁ ଧରି ରଖେ ସାହିତ୍ୟ। ସ୍ୱାଧିନତା ପରବର୍ତ୍ତୀ (୧୯୪୭-୧୯୮୦) କବିତା ବୌଦ୍ଧିକ ଉତ୍ତରଣର ଚରମ ସୀମାରେ ପହଞ୍ଚିବାରୁ ପାଠକ ମଧ୍ୟ କବିତାଠାରୁ ଦୁରେଇବାକୁ ଆରମ୍ଭ କରିଛନ୍ତି। ମସ୍ତିସ୍କର ଯନ୍ତ୍ରଣାରୁ ଦୁରେଇ ହୃଦୟର ଡାକ ଶୁଣିଛନ୍ତି କବି। ଗୁଢ଼ ଚିତ୍ରକଳ୍ପ, ପ୍ରତୀକର ଆଧିକ୍ୟ ଅଛି ନା ଦୂର ବିଦେଶର ମିଥ୍; ଏସବୁ ତ୍ୟାଗ କରି କବି ଏଇ ମାଟି ପାଣି ପବନକୁ ଆପଣାର କରିଛନ୍ତି। ଏହି ମାଟିରୁ କଥାବସ୍ତୁ ଗ୍ରହଣ କରିଛନ୍ତି। ଲୋକ ସାହିତ୍ୟକୁ ନୂତନ ଢଙ୍ଗରେ କବିତାର କଳେବରରେ ମଣ୍ଡନ କରାଇଛନ୍ତି। କବିତା ଗଢ଼ିଲା ବେଳେ କବି ନୂତନ ଢ଼ଙ୍ଗରେ ଶବ୍ଦକୁ ରୂପବନ୍ତ କରିଛନ୍ତି ଯାହା ଫଳରେ କବିତାରେ ଶୈଳୀଗତ ଚମତ୍କାରିତା ସୃଷ୍ଟି ହୋଇଛି।

ବିଚ୍ୟୁତି, ଶୈଳୀ, ଶବ୍ଦ, ବାକ୍ୟ, ଧ୍ୱନି, ଅର୍ଥ, କବିତା, ବ୍ୟାକରଣ, କ୍ରିୟା, ବଚନ।

ସଂକ୍ଷିପ୍ତସାର

ପ୍ରମୁଖ ଶବ୍ଦାବଳୀ

ଲେଖକ: ସୁସନ୍ଧ୍ୟା ପ୍ରିୟଦର୍ଶିନୀ ନାୟକ

ଅଧ୍ୟାପିକା ଓଡ଼ିଆ ବିଭାଗ, ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ, ଭୋଗରାଇ, ବାଲେଶ୍ୱର

E-Mail: sarojini.pani@gmail.com

Submission Date: 30-04-2025

Publication Date: 14-07-2025

Article No: BB-I-III-2025-02

Reviewed by: ପ୍ରଫେସର ନାରାୟଣ ସାହୁ

Page No: 12-16

ତଥ୍ୟ

CC BY-NC 4.0

ସଙ୍କେତ ସୂଚୀ

୧. ଚତୁର୍ବେଦୀ, ଶାରଦା। ଶୈଳୀ ବିଜ୍ଞାନ ଏକ ବିଶ୍ଳେଷଣାତ୍ମକ ଦୃଷ୍ଟି, ଭାରତୀୟ ବିଦ୍ୟା ସଂସ୍ଥାନ, ବନାରସ, ପ୍ରଥମ ସଂସ୍କରଣ, ୨୦୧୫।

୨. ତିଓ୍ୱାରୀ, ଭୋଳାନାଥ। ଶୈଳୀ ବିଜ୍ଞାନ, କିତାବଘର ପ୍ରକାଶନ, ନୂଆଦିଲ୍ଲୀ, ୨୦୧୮।

୩. ନାଥ, ଗଗନେନ୍ଦ୍ର ଏବଂ ମହାନ୍ତି, ପଞ୍ଚାନନ। ଶୈଳୀ ବିଜ୍ଞାନ, ଓଡ଼ିଆ ଗବେଷଣା ପରିଷଦ, କଟକ, ପ୍ରଥମ ସଂସ୍କରଣ, ୧୯୮୯।

୪. ପତି, ମଧୁସୂଦନ ଏବଂ ମହାପାତ୍ର, ଅଶୋକ କୁମାର। ଆଧୁନିକ ଓଡ଼ିଆ କବିତାର ଶୈଳୀତାତ୍ତ୍ୱିକ ସମାଲୋଚନା, ଓଡ଼ିଆ ସାହିତ୍ୟ ଏକାଡ଼େମୀ, ଭୁବନେଶ୍ୱର, ପ୍ରଥମସଂସ୍କରଣ, ୧୯୯୫।

୫. ପ୍ରଧାନ, ସବିତା। ଭାଷା-ଶୈଳୀ ଅବବୋଧ, ଅଗ୍ରଦୂତ, କଟକ, ପ୍ରଥମ ସଂସ୍କରଣ, ୨୦୦୫।

୬. ମଲ୍ଲିକ, ହୃଷିକେଶ। ଧାନ ସାଉଁଟା ଝିଅ, ବ୍ଲାକ ଇଗଲ ବୁକ୍‍ସ, ଭୁବନେଶ୍ୱର, ପ୍ରଥମ ଆନ୍ତର୍ଜାତୀୟ ସଂସ୍କରଣ, ୨୦୨୦।