ଶୈଳୀ ବିଜ୍ଞାନର ବିଚ୍ୟୁତି ପ୍ରସଙ୍ଗ : ଧାନ ସାଉଁଟା ଝିଅ
ସମୟ ପରିବର୍ତ୍ତନଶୀଳ। ସମୟ ସହିତ ପରିବେଶ, ତା ସହ ମଣିଷ ବି’ ମଣିଷର ମାନସିକତା ସ୍ଥିର ନୁହେଁ। ସମୟ ସହିତ ତାଳ ଦେଇ ଭାବନାର ପ୍ରସାର ଘଟିଥାଏ। ବଦଳୁ ଥିବା ସମୟ ଓ ଭାବନାକୁ ଧରି ରଖେ ସାହିତ୍ୟ। ସ୍ୱାଧିନତା ପରବର୍ତ୍ତୀ (୧୯୪୭-୧୯୮୦) କବିତା ବୌଦ୍ଧିକ ଉତ୍ତରଣର ଚରମ ସୀମାରେ ପହଞ୍ଚିବାରୁ ପାଠକ ମଧ୍ୟ କବିତାଠାରୁ ଦୁରେଇବାକୁ ଆରମ୍ଭ କରିଛନ୍ତି। ମସ୍ତିସ୍କର ଯନ୍ତ୍ରଣାରୁ ଦୁରେଇ ହୃଦୟର ଡାକ ଶୁଣିଛନ୍ତି କବି। ଗୁଢ଼ ଚିତ୍ରକଳ୍ପ, ପ୍ରତୀକର ଆଧିକ୍ୟ ଅଛି ନା ଦୂର ବିଦେଶର ମିଥ୍; ଏସବୁ ତ୍ୟାଗ କରି କବି ଏଇ ମାଟି ପାଣି ପବନକୁ ଆପଣାର କରିଛନ୍ତି। ଏହି ମାଟିରୁ କଥାବସ୍ତୁ ଗ୍ରହଣ କରିଛନ୍ତି। ଲୋକ ସାହିତ୍ୟକୁ ନୂତନ ଢଙ୍ଗରେ କବିତାର କଳେବରରେ ମଣ୍ଡନ କରାଇଛନ୍ତି। କବିତା ଗଢ଼ିଲା ବେଳେ କବି ନୂତନ ଢ଼ଙ୍ଗରେ ଶବ୍ଦକୁ ରୂପବନ୍ତ କରିଛନ୍ତି ଯାହା ଫଳରେ କବିତାରେ ଶୈଳୀଗତ ଚମତ୍କାରିତା ସୃଷ୍ଟି ହୋଇଛି।
ବିଚ୍ୟୁତି, ଶୈଳୀ, ଶବ୍ଦ, ବାକ୍ୟ, ଧ୍ୱନି, ଅର୍ଥ, କବିତା, ବ୍ୟାକରଣ, କ୍ରିୟା, ବଚନ।
ପ୍ରମୁଖ ଶବ୍ଦାବଳୀ
ଲେଖକ: ସୁସନ୍ଧ୍ୟା ପ୍ରିୟଦର୍ଶିନୀ ନାୟକ
ଅଧ୍ୟାପିକା ଓଡ଼ିଆ ବିଭାଗ, ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ, ଭୋଗରାଇ, ବାଲେଶ୍ୱର
E-Mail: sarojini.pani@gmail.com
Submission Date: 30-04-2025
Publication Date: 14-07-2025
Article No: BB-I-III-2025-02
Reviewed by: ପ୍ରଫେସର ନାରାୟଣ ସାହୁ
Page No: 12-16
